ଭୁବନେଶ୍ୱର,୨୫/୧୧: ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ଡିସେମ୍ବର ୨୬ ଓ ୨୭ ତାରିଖରେ ହେବ ପୋଲିସ ଏସ୍ଆଇ ପରୀକ୍ଷା । ଏନେଇ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କମ୍ବାଇନ୍ଡ ପୋଲିସ ସର୍ଭିସ୍ ଏକ୍ଜାମିନେସନ୍ (CPSE)-୨୦୨୪ର ଲିଖିତ ପରୀକ୍ଷା ଏହି ଦୁଇ ଦିନ ଧରି OMR ପଦ୍ଧତିରେ ଅନୁଷ୍ଠିତ ହେବ । ଦୀର୍ଘ ଦିନର ଅନିଶ୍ଚିତତା ପରେ ପରୀକ୍ଷା ତାରିଖ ଘୋଷଣା ହୋଇଥିବାରୁ ଆଶାୟୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।କମିଶନର ବିଜ୍ଞପ୍ତି ଅନୁସାରେ, ଡିସେମ୍ବର ୨୬ ତାରିଖ ଶନିବାର ପ୍ରଥମ ସିଟିଂରେ ସକାଳ ୧୦ଟାରୁ ୧୧ଟା ୩୦ ଯାଏଁ ପେପର୍-୧ ପରୀକ୍ଷା ହେବ । ଏଥିରେ ଜେନେରାଲ୍ ଇଂଲିଶ୍ ଓ ଓଡ଼ିଆ ଭାଷା ବିଷୟରେ ପ୍ରଶ୍ନ ରହିବ। ଦ୍ୱିତୀୟ ସିଟିଂରେ ଅପରାହ୍ନ ୧ଟା ୩୦ରୁ ୪ଟା ୩୦ ଯାଏଁ ପେପର୍-୨ ଜେନେରାଲ୍ ଷ୍ଟଡିଜ୍ ପରୀକ୍ଷା ଅନୁଷ୍ଠିତ ହେବ ।
ସେହିପରି ଡିସେମ୍ବର ୨୭ ତାରିଖ ରବିବାର ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ପେପର୍-୩ ଟେକ୍ନିକାଲ୍ ପେପର୍ ପରୀକ୍ଷା ହେବ । ତେବେ ଏହି ପେପର୍ କେବଳ ଷ୍ଟେସନ୍ ଅଫିସର୍-ଫାୟାର ସର୍ଭିସ୍ ପଦ ପାଇଁ ଉଦ୍ଦିଷ୍ଟ ।