ସରିଲା ଧର୍ମ ମାସ, ଆଜି ଛାଡ଼ଖାଇ: ଆମିଷ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ

ଭୁବନେଶ୍ୱର,୨୫/୧୧: ସରିଲା ଧର୍ମ ମାସ, ଆଜି ଛାଡ଼ଖାଇ । ସକାଳୁ ସକାଳୁ ସବୁ ମାଛ ମାର୍କେଟ ସମେତ ବିଭିନ୍ନ ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ଼ । ମାଛ, ମାଂସ ଓ କଙ୍କଡ଼ା କିଣିବାକୁ ଦୋକାନ ଆଗରେ ଲାଗିଛି ଲମ୍ବା ଲାଇନ୍ ।ଗ୍ରାହକଙ୍କ ଚାହିଦାକୁ ଦେଖି ବଜାରରେ ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ଆଦି ବିଭିନ୍ନ ପ୍ରକାର ଆମିଷ ସାମଗ୍ରୀର ପସରା ମେଲିଛି । କାର୍ତ୍ତିକ ମାସରେ ହବିଷ ବ୍ରତ ପାଳନ କରି ଆମିଷ ଖାଇ ନଥିବା ଲୋକେ ଆଜି ଛାଡ଼ଖାଇରେ ଆମିଷ କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି ।

ସେପଟେ ଚାହିଦା ବଢ଼ିଥିବାରୁ ଆମିଷ ସାମଗ୍ରୀର ଦର ମଧ୍ୟ ଅଧିକ ରହିଛି। ତଥାପି ଗ୍ରାହକଙ୍କ ଭିଡ଼ ଦେଖି ବେଶ୍ ଖୁସି ବ୍ୟବସାୟୀ । ବୁଧବାର ଛାଡ଼ଖାଇ ପଡ଼ିଥିବାରୁ ଭଲ ବ୍ୟବସାୟ ହେବା ସହ ଦୁଇ ପଇସା ଅଧିକ ରୋଜଗାର ହେବ ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ ।

 

Leave a Reply

Your email address will not be published. Required fields are marked *