ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଗର୍ଜନ

ଭୁବନେଶ୍ୱର,୨୩/୧୧: ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଗର୍ଜନ । ୭ ଦଫା ଦାବି ପୂରଣ ନେଇ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଜୋରଦାର ଆନ୍ଦୋଳନ କରିଛନ୍ତି  । ସରକାରୀ କର୍ମଚାରୀର ମାନ୍ୟତା ସହ କର୍ମୀଙ୍କୁ ମାସିକ ୩୦ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ଦାବିରେ ଆରମ୍ଭ ହୋଇଛି ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନ ।ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ୨୦୨୪ ନିର୍ବାଚନ ଇସ୍ତାହାରରେ ସରକାର ଦେଇଥିବା ପାରିଶ୍ରମିକ ବୃଦ୍ଧି ପ୍ରତିଶ୍ରୁତି ପୂରଣରେ ବିଳମ୍ବକୁ ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଘ ସ୍ପଷ୍ଟ ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *