ସୁନା କିଣିବା କମାଇବା ପରାମର୍ଶକୁ ଦେଶବାସୀ ଗ୍ରହଣ କରିଥିଲେ, ଆଜି ଲୋକଙ୍କ ଟଙ୍କା ବଞ୍ଚିଥିବା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧/୧୧: ଆବଶ୍ୟକ ନଥିଲେ ଏକ ବର୍ଷ ପର୍ଯ୍ୟନ୍ତ ସୁନା ନକିଣିବାକୁ ସେ ଦେଶବାସୀଙ୍କୁ ଅପିଲ୍‌ କରିଥିଲେ । ଲକ୍ଷ୍ନୌରେ ଶନିବାର ଆୟୋଜିତ ପଞ୍ଚମ ଜାତୀୟ କୌଶଳ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଏହି ପ୍ରସଙ୍ଗ ଉଠାଇଛନ୍ତି ମୋଦୀ ।

ମୋଦୀ କହିଛନ୍ତି, ତାଙ୍କ ଅନୁରୋଧକୁ ଦେଶବାସୀ ଗ୍ରହଣ କରି ସୁନା କିଣିବା କମାଇଥିଲେ । ଏଥିଯୋଗୁଁ ଅନେକ ଲୋକଙ୍କ ଟଙ୍କା ବଞ୍ଚିଥିବା କଥା ସେମାନେ ତାଙ୍କୁ ଜଣାଉଛନ୍ତି ।ସୁନା କିଣା କମାଇବା ପାଇଁ ମୋଦୀଙ୍କ ଏହି ଆହ୍ୱାନ ପଛରେ ବିଦେଶୀ ମୁଦ୍ରା ସଞ୍ଚୟ ଓ ଅନାବଶ୍ୟକ ଖର୍ଚ୍ଚ ହ୍ରାସର ଉଦ୍ଦେଶ୍ୟ ଥିଲା ।

ଅନ୍ୟପଟେ ଏହାକୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନ ସହ ତୁଳନା କରିଛନ୍ତି । ୧୯୬୫ରେ ଖାଦ୍ୟଶସ୍ୟ ସଙ୍କଟ ସମୟରେ ଶାସ୍ତ୍ରୀ ସପ୍ତାହକୁ ଗୋଟିଏ ଦିନ ଗୋଟିଏ ଓଳି ଉପବାସ ରହିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ । ଲୋକେ ସେହି ଆହ୍ୱାନକୁ ଗ୍ରହଣ କରିଥିଲେ । ଆଜି ମଧ୍ୟ ଦେଶବାସୀଙ୍କ ମଧ୍ୟରେ ସେହି ମନୋଭାବ ରହିଛି ବୋଲି ମୋଦୀ କହିଛନ୍ତି ।

ସମାରୋହରେ ମୋଦୀ ଯୁବପିଢ଼ିଙ୍କୁ କେବଳ ଡିଗ୍ରୀ ପଛରେ ନଦୌଡ଼ି ନିଜ ଦକ୍ଷତା ଓ କୌଶଳ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଆଗାମୀ ଦିନରେ ପ୍ରମାଣପତ୍ର ସହିତ ବ୍ୟବହାରିକ ଜ୍ଞାନ ଓ କାମ କରିବାର ଦକ୍ଷତା ଥିବା ଯୁବକଯୁବତୀଙ୍କ ଚାହିଦା ବଢ଼ିବ ବୋଲି ସେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *