ପୁରୁଷୋତ୍ତମପୁର ଥାନାରେ ଅଭାବନୀୟ ଘଟଣା, ସରକାରୀ କ୍ବାର୍ଟର୍ସରୁ ମିଳିଲା SIଙ୍କ ମୃତଦେହ

ଭୁବନେଶ୍ୱର୨୧/୧୧: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାରେ ଅଭାବନୀୟ ଘଟଣା । ଥାନାରେ କାର୍ଯ୍ୟରତ ମହିଳା ସବ୍‌ ଇନିସପେକ୍ଟର ପ୍ରଭାସିନୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନିଜ ସରକାରୀ କ୍ଵାର୍ଟରରେ ପ୍ରଭାସିନୀ ସାହୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ କାହିଁକି ଜଣେ ମହିଳା ଏସ୍‌.ଆଇ ନିଜ କ୍ବାର୍ଟରରେ ଜୀବନ ହାରିଲେ, ତାର କାରଣ ଜଣାପଡ଼ିନାହିଁ । ଘଟଣାର ତଦନ୍ତ ପାଇଁ ପୁରୁଷୋତ୍ତମପୁର ଥାନାରେ ପହଞ୍ଚିଛନ୍ତି ଗଞ୍ଜାମ ଏସ୍‌ପି । ମୃତ ଏସ୍‌ଆଇ ପ୍ରଭାସିନୀ ସାହୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମହନ୍ତପୁର ଗ୍ରାମର ବାସିନ୍ଦା । ଗତ ସେପ୍ଟେମ୍ବର ମାସରେ ପୁରୁଷୋତ୍ତମପୁର ଥାନାରେ ନୂଆ କରି ଯୋଗଦେଇ କାର୍ଯ୍ୟରତ ଥିଲେ । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ । ପାରିବାରିକ ସମସ୍ୟା, କାର୍ଯ୍ୟଜନିତ ଚାପ ନା ଅନ୍ୟ କୌଣସି କାରଣ ଏହାକୁ ନେଇ ତଦନ୍ତ ଜାରି ରହିଛି । ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଗଞ୍ଜାମ ଏସ୍‌ପି ହରିଶ ବି.ସି. ସୂଚନା ଦେଇଛନ୍ତି । ଘଟଣାକୁ ନେଇ ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *