ଆସନ୍ତାକାଲି ଘଟିବ ବିରଳ ଘଟଣା, ସକାଳ ଆକାଶରେ ଦୃଶ୍ୟମାନ ହେବେ ୪ଗ୍ରହ !

ଭୁବନେଶ୍ୱର,୧୫/୧୧:  ନଭେମ୍ବର ୧୬ ତାରିଖ ସକାଳେ ଆକାଶରେ ଦେଖିବାକୁ ମିଳିବ ଚାରିଟି ଗ୍ରହଙ୍କ ଅପୂର୍ବ ସମାଗମ। ବୁଧ, ଶୁକ୍ର, ମଙ୍ଗଳ ଓ ବୃହସ୍ପତି ଏକାସାଙ୍ଗରେ ସକାଳ ଆକାଶରେ ଦୃଶ୍ୟମାନ ହେବେ। ଏହି ମହାଜାଗତିକ ଘଟଣାକୁ ‘ପ୍ଲାନେଟ୍ ପରେଡ୍‌’ ବା ଗ୍ରହମାନଙ୍କ ପରେଡ୍‌ କୁହାଯାଏ ।

ସୂର୍ଯ୍ୟୋଦୟର ପ୍ରାୟ ୪୫ରୁ ୬୦ ମିନିଟ୍‌ ପୂର୍ବରୁ ଆକାଶରେ ଏହି ଦୃଶ୍ୟ ଦେଖିବାକୁ ମିଳିବ। ଏହି ଚାରିଟି ଗ୍ରହ ଆକାଶରେ ଏକ ତ୍ରିର୍ଯ୍ୟକ୍‌ ଧାଡ଼ି ଭଳି ଦେଖାଯିବେ। ଏହି ଦୃଶ୍ୟ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ନାହିଁ । ତେବେ ପୂର୍ବ ଦିଗରେ ଗଛ, ଘର କିମ୍ବା ଉଚ୍ଚ ଅଟ୍ଟାଳିକା ନଥିବା ଖୋଲା ସ୍ଥାନ ବାଛିବା ଭଲ । ବିଶେଷକରି ବୁଧକୁ ଦେଖିବା ପାଇଁ ଦିଗ୍‌ବଳୟ ସ୍ପଷ୍ଟ ଥିବା ଜରୁରୀ । ୪ଟି ଗ୍ରହ ପୂର୍ବ ଦିଗରେ ୪ ଟି ତାରା ଭଳି ଦିଶିବେ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି ।

Leave a Reply

Your email address will not be published. Required fields are marked *