ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି, କାର୍ଯ୍ୟକ୍ରମକୁ ନଜରରେ ରଖି ମୁତୟନ କରାଯିବ ୪୭ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର,୧୫/୧୧: ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ଆସନ୍ତାକାଲି ସକାଳ ୯ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିବେ ଉପରାଷ୍ଟ୍ରପତି । ଏହି ଅବସରରେ ବିଧାନସଭାରେ ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ପରେ କଟକସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଆଇକନିକ୍ ଟାୱାରର ଉଦ୍‌ଘାଟନ କରିବେ । ଭୁବନେଶ୍ୱର ଓ କଟକରେ ତାଙ୍କ କାର୍ଯ୍ୟକ୍ରମକୁ ନଜରରେ ରଖି ୪୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥିସହ ୧୪୨ ସେକ୍ସନ୍ ପୋଲିସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଆର୍‌ଓ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ବ୍ରିଫିଂ ଓ ରିହର୍ସାଲ୍। ପୋଲିସ ଅଧିକାରୀ ଓ ସୁରକ୍ଷା କର୍ମଚାରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯିବା ସହ ଦାୟିତ୍ୱ ବଣ୍ଟନ କରାଯାଉଛି । ସୁରକ୍ଷା ଦାୟିତ୍ୱରେ ୧୫୧ ଜଣ ଏସ୍‌ଆଇ/ଏଏସ୍‌ଆଇ, ୪୭ ଇନ୍ସପେକ୍ଟର, ୩୧ ଜଣ ଏସିପି/ଡିଏସ୍‌ପି, ୯ ଜଣ ଅତିରିକ୍ତ ଡିସିପି/ଏସ୍‌ପି ଏବଂ ୫ ଜଣ ଡିସିପି/ଏସ୍‌ପି ନିୟୋଜିତ ରହିବେ । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କିଂ, କାରକେଡ୍ ଓ ବିକଳ୍ପ ରୁଟ୍ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *