ବେଙ୍ଗାଲୁରୁରେ ଚାଞ୍ଚଲ୍ୟକର ଘଟଣା: ପାରିବାରିକ କଳହର କରୁଣ ପରିଣତି, ୭ଜଣଙ୍କୁ ମାରିଦେଲା ସ୍ୱାମୀ

ନୂଆଦିଲ୍ଲୀ,୦୬/୧୧: ବେଙ୍ଗାଲୁରୁରେ ଚାଞ୍ଚଲ୍ୟକର ଘଟଣା । ପାରିବାରିକ କଳହରୁ ଭୟଙ୍କର ହତ୍ୟାକାଣ୍ଡ । ନିଜ ପତ୍ନୀଙ୍କ ସମେତ ଶ୍ୱଶୁର ଘରର ୭ ଜଣଙ୍କୁ ବିଭତ୍ସ ହତ୍ୟା କରିଛି ସ୍ୱାମୀ । ଏହି ଘଟଣାରେ ଜହ୍ଲାଦ ସ୍ୱାମୀ ତଥା କ୍ୟାବ୍‌ ଡ୍ରାଇଭର ଗିରଫ ହୋଇଛି । ଅଭିଯୁକ୍ତଙ୍କ ନାଁ ଶେଖର ଓରଫ୍‌ ଇନ୍ଦୁଶେଖର । ପୋଲିସ ତାଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି । ତେବେ ଏଯାଏଁ ୭ ଜଣଙ୍କ ମଧ୍ୟରୁ ଜଣେ ୭ ବର୍ଷର ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୬ ଜଣଙ୍କ ମୃତଦେହ ଖୋଜୁଛି ପୋଲିସ । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ବୈବାହିକ ଜୀବନରେ ଅଶାନ୍ତି ଏବଂ ପତ୍ନୀଙ୍କ ପରିବାରର ହସ୍ତକ୍ଷେପକୁ ନେଇ ଶେଖର ଅସନ୍ତୁଷ୍ଟ ଥିଲେ । ପ୍ରାୟ ୨୦ ବର୍ଷ ତଳେ ଶେଖର ଓ ସୁନୀତାଙ୍କ ବିବାହ ହୋଇଥିଲା । ହେଲେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ । ଏହି ବିବାଦରେ ସୁନୀତାଙ୍କ ବାପଘର ଲୋକେ ହସ୍ତକ୍ଷେପ କରୁଥିବାରୁ ଶେଖର ରାଗ ରଖିଥିବା ପୋଲିସ ସନ୍ଦେହ କରୁଛି । ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ରାଜାଜୀନଗରସ୍ଥିତ ନିଜ ଘରେ ଦୁଇ ଦିନ ମଧ୍ୟରେ ଜଣଙ୍କ ପରେ ଜଣଙ୍କୁ ଡାକି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ସେ ଶିଳପୁଆ ବ୍ୟବହାର କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ପ୍ରଥମେ ପତ୍ନୀ ସୁନୀତାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଟାର୍ଗେଟ୍‌ କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *