ରାଜ୍ୟରେ ୧୩ଟି ଜିଲ୍ଲାରେ ଖୋଲିବ ୧୮ ନୂଆ କୋର୍ଟ, ଡ୍ରାଫ୍ଟ ନୋଟିଫିକେସନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨/୧୧: ରାଜ୍ୟରେ ୧୮ଟି ନୂଆ ସିଭିଲ୍ ଜଜ୍ କୋର୍ଟ ସ୍ଥାପନ ପାଇଁ ପଦକ୍ଷେପ । ଓଡ଼ିଶା ହାଇକୋର୍ଟ ୧୩ ଟି ଜିଲ୍ଲାର ୧୮ଟି ନୂଆ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ)-କମ୍-ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଛି । ବରଗଡ଼, ଭଦ୍ରକ, ବଲାଙ୍ଗୀର, ଦେଓଗଡ଼, ଢେଙ୍କାନାଳ, ଗଞ୍ଜାମ , ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ , ନବରଙ୍ଗପୁର, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ନୂଆ କୋର୍ଟ ସ୍ଥାପନ ହେବ । ନବରଙ୍ଗପୁରରେ ସର୍ବାଧିକ ତିନିଟି କୋର୍ଟ ପାପଡ଼ାହାଣ୍ଡି ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ହେବ। ବରଗଡ଼ ଆତାବିରା, ମୟୂରଭଞ୍ଜା ସାମାଖୁଣ୍ଟା, ଭଦ୍ରକ ଭଣ୍ଡାରିପୋଖରୀ, ମୟୂରଭଞ୍ଜ କୁଲିଆନା, ବଲାଙ୍ଗୀର ଦେଓଗାଁ, ଦେଓଗଡ଼ ନାଇକୁଲ (ଟିଲେଇବାଣି), ଢେଙ୍କାନାଳ ଓଡ଼ପଡ଼ା , ଗଞ୍ଜାମ ରଙ୍ଗେଇଲୁଣ୍ଡା, ନୟାଗଡ଼ ନୂଆଗାଁ, ଜଗତସିଂହପୁର ବିରିଡ଼ି, ପୁରୀର ବ୍ରହ୍ମଗିରି, ଜଗତସିଂହପୁର ରଘୁନାଥପୁର, ସୁନ୍ଦରଗଡ଼ ସୁବଡେଗା, ଯାଜପୁର ଦଶରଥପୁର, ସୁନ୍ଦରଗଡ଼ ତାଙ୍ଗରପଲ୍ଲୀରେ ଏସବୁ କୋର୍ଟ ସ୍ଥାପନ ହେବ । ହାଇକୋର୍ଟ ଏସବୁ ଜିଲ୍ଲାର ବିଚାରପତିମାନଙ୍କୁ ନୂଆ କୋର୍ଟଗୁଡ଼ିକର ଅଧିକ୍ଷେତ୍ର ସୀମା ଉଲ୍ଲେଖ କରି ଡ୍ରାଫ୍ଟ ନୋଟିଫିକେସନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *