ଭୁବନେଶ୍ୱର,୧/୧୧: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ମୋଟ୍ ୯ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ଗୃହ ବିଭାଗର OSD ହେଲେ ପୂର୍ବରୁ ଜେଲ ଡିଜି ଥିବା ସୁଶାନ୍ତ ନାଥ। ସୁଶାନ୍ତଙ୍କ ସ୍ଥାନରେ ଆଇପିଏସ୍ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗ ଏଡିଜି ଦାୟିତ୍ବ ଦିଆଯାଇଛି। ଅମିତାଭ ଠାକୁରଙ୍କୁ ପରିବହନ କମିସନର୍, କଟକ ଭାବେ ବଦଳି କରାଯାଇଛି । ସେହିପରି ରାଜେଶ କୁମାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ସାରା ଶର୍ମାଙ୍କୁ ଡିଆଇଜି ଭିଜିଲାନ୍ସ,, ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଏଆଇଜି, ରାଜ୍ୟ ମୁଖ୍ୟାଳୟ ,କଟକ, ଅମ୍ରିତ ପାଲ ସିଂ ଏସପି ରାଜ୍ୟ ମୁଖ୍ୟାଳୟ ,କଟକ ଭାବେ ବଦଳି କରାଯାଇଛି। ଠିକ୍ ସେହିପରି ସୋନାଲି ସିଂହ ପରମାରଙ୍କୁ ଏସପି ଝାରସୁଗୁଡ଼ା ଓ ତପନ ନାରାୟଣ ରଥଙ୍କୁ ଏସ୍ ପି ନୂଆପଡ଼ା ଦାୟିତ୍ବ ଦିଆଯାଇଛି।