ପରିଚାଳନାରେ ଅବହେଳାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଦୁଇ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୦୧/୧୧: ବାତ୍ୟା ପରବର୍ତ୍ତୀ ବନ୍ୟା ପରିଚାଳନାରେ ଅବହେଳାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଦୁଇ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତିଭାସନ। ନିଲମ୍ବିତଙ୍କ ମଧ୍ୟରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଏବଂ ଜଣେ ଯୋଗାଣ ନିରୀକ୍ଷକ ରହିଛନ୍ତି । ସୂଚନା ଅନୁସାରେ, ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତରିଗାଁ ପଞ୍ଚାୟତର ପିଇଓ ଏବଂ ଜଣେ ମାର୍କେଟିଂ ଇନ୍ସପେକ୍ଟରଙ୍କୁ ଜରୁରୀକାଳୀନ ସେବା ଯୋଗାଣ ଓ ବନ୍ୟା ପରିଚାଳନା ଦାୟିତ୍ୱରେ ଅବହେଳା ଅଭିଯୋଗରେ ନିଲମ୍ବନ କରାଯାଇଛି। ଜରୁରୀ ସମୟରେ ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ନଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଏଥିସହ ଉଭୟଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରିବାକୁ ସୁପାରିଶ କରାଯାଇଛି। ଏନେଇ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ସୂଚନା ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *