ନୂଆଦିଲ୍ଲୀ,୨୯/୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୁଡୁଚେରିର ୟାନମର ଦକ୍ଷିଣରେ ସ୍ଥଳଭାଗ ଛୁଇଁବା ପରେ ଓ ଆନ୍ଧ୍ରର କାକିନାଡ଼ା ଅଞ୍ଚଳରେ ତାଣ୍ଡବ ରଚିଥିଲା ଅତି ଭୀଷଣ ସାମୁଦ୍ରିକ ଝଡ଼ । ଏହାର ପ୍ରଭାବରେ ୫ ଜଣଙ୍କ ମୃତ୍ୟୁ, ୩୫ରୁ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୭୧୪ଟି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ତଳିଆ ଅଞ୍ଚଳର ୮୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରାଯାଇଥିଲା । ସେପଟେ ବାତ୍ୟା ଯୋଗୁଁ ୬୦ଟି ଟ୍ରେନ ଓ ୨୧ଟି ବିମାନ ସେବାକୁ ବାତିଲ କରାଯାଇଛି । ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ପ୍ରବେଶ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିଲୋମିଟର ରହିଥିଲା । ମଝି ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ମାଡ଼ ହୋଇଥିଲା । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି । ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି । ଆନ୍ଧ୍ର ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ। କ୍ଷୟ କ୍ଷତି ଆକଳନ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।