ନୂଆଦିଲ୍ଲୀ,୨୮/୧୦: ବାତ୍ୟା ଅର୍ଣ୍ଣବକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ଏବେ ଛତିଶଗଡ଼ ମୁହାଁ ହେବ ବାତ୍ୟା ଅର୍ଣ୍ଣବ । ସ୍ଥଳଭାଗ ଭିତରକୁ ଗତି କରିବା ସହ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବ । ହେଲେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ, ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଓ ୟନମ ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଉତ୍ତର ଦିଗକୁ ଗତି କରି ଛତିଶଗଡ଼ ଆଡ଼କୁ ଯିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଛତିଶଗଡ଼ର ଦକ୍ଷିଣ ଭାଗରେ ୨୮ ତାରିଖ ଏବଂ ଉତ୍ତର ଭାଗରେ ୨୯ ତାରିଖରେ ପ୍ରବଳ ବର୍ଷା ହୋଇପାରେ ।