ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ଛନକା !

ଭୁବନେଶ୍ୱର,୨୪/୧୦: ଅକ୍ଟୋବରରେ ବାତ୍ୟା ଆସିଲେ ୧୯୯୯ ମସିହା ବାତ୍ୟା କଥା ମନେ ପଡିଯାଉଛି । ଏବେ ପୁଣି ସେହି ଅକ୍ଟୋବର ଶେଷ ସପ୍ତାହକୁ ନେଇ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାବାସୀଙ୍କ ମନରେ ଚିନ୍ତା ବଢିଛି । ଏହାର କାରଣ ହେଲା ସମ୍ଭାବ୍ୟ ବାତ୍ୟା। ଭାରତୀୟ ପାଣିପାଗ ବିଭାଗ ବିଭାଗ ସ୍ପଷ୍ଟ କରିଛି ଯେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ ଅବପାତ‌ରେ ପରିଣତ ହେବ। ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୬ ତାରିଖ ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ଦୁଇ ଦିନ ଅର୍ଥାତ ୨୭ ଓ ୨୮ ତାରିଖରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ଏହା କହିଛନ୍ତି। ବାତ୍ୟା ରୂପ ନେଲେ ଏହାର ନାମ ‘ଅର୍ଣ୍ଣବ’ ରହିବ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *