ଭୁବନେଶ୍ୱର,୨୧/୧୦: ମେଲାଣି ନେବେ ମହାମାୟା । ଆଜି ଅନ୍ତିମପର୍ବ ବିଜୟାଦଶମୀ । ବଙ୍ଗୀୟ ପରଂପରା ହେଲେ ବି, ଓଡ଼ିଶାର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହୋଇଛି ସିନ୍ଦୁର ଖେଳ । ଦୁର୍ଗାଙ୍କୁ ବନ୍ଦାପନା କରି, ମିଠା ଖୁଆଇ, ଢାକ୍ ଓ ଅନ୍ୟ ପାରଂପରିକ ବାଦ୍ୟର ତାଳେ ତାଳେ ନାଚି ନାଚି ପରସ୍ପରକୁ ସିନ୍ଦୁର ବୋଳିଛନ୍ତି ସଧବା ମହିଳା । ଶଙ୍ଖା ଓ ସିନ୍ଥିରେ ସିନ୍ଦୁର ଲଗାଇ ସ୍ୱାମୀଙ୍କ ଦୀର୍ଘାୟୁ କାମନା ଓ ପରିବାରର ଶୁଭ ମନାସିଛନ୍ତି ଜଗତଜନନୀଙ୍କ ପାଖେ । ଦଶହରାରେ ଆଜି ମାଆଙ୍କ ପାଖରେ ଲାଗି ହୋଇଛି ଅପରାଜିତା ।
ଗୋଟିଏ ପଟେ ଦଶହରା ଓ ରାବଣପୋଡ଼ି ପାଇଁ ପୁରପଲ୍ଲୀ ଉତ୍ସବମୁଖର ଥିବା ବେଳେ, ସେପଟେ ଶ୍ରୀମନ୍ଦିରରେ ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ପୁରୀରେ ଆସନ୍ତାକାଲି ଦେବସଭା ହୋଇ ମହାଦୀପ ଉଠିବା ପରେ ସିଂହଦ୍ୱାର ସମ୍ମୁଖରୁ ଆରମ୍ଭ ହେବ ଗୋସାଣୀ ମାନଙ୍କର ଭସାଣି ପର୍ବ ।