ପୁଣି ଡରାଇଲା ଅକ୍ଟୋବରରେ ବାତ୍ୟା ଭୟ, ଓଡ଼ିଶା ପ୍ରତି କେତେ ବିପଦ ?

ଭୁବନେଶ୍ୱର,୧୯/୧୦: ପୁଣି ଡରାଇଲା ଅକ୍ଟୋବରରେ ବାତ୍ୟା ଭୟ । ୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ ହେବା ନେଇ ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି । ଜାତ୍ୟ ବାତ୍ୟାରେ ପରିଣତ ହେବ ତାହେଲେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁହାଁ ହୋଇପାରେ । ୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୂଣ୍ଣିର୍ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଘନୀଭୂତ ହୋଇ ୨୪କିମ୍ବା ୨୫ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ଯିବ ସେ ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ଆକଳନ କରିନାହିଁ ।

Leave a Reply

Your email address will not be published. Required fields are marked *