Tesla କମ୍ପାନି ଲଞ୍ଚ କରିଛି ଉଡ଼ନ୍ତା କାର୍, ଇଣ୍ଟରନେଟରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୧୭/୧୦: ଟେକ୍ ଦୁନିଆକୁ ବଡ଼ ଭେଟି ଦେଇଛନ୍ତି ଏଲନ୍ ମସ୍କ । ଦୁନିଆର ସବୁଠୁ ଧନୀ ବ୍ୟକ୍ତି ମସ୍କଙ୍କ Tesla କମ୍ପାନି ଲଞ୍ଚ କରିଛି ଉଡ଼ନ୍ତା କାର୍ । ଯାହାର ଏବେ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି । ଏହାର ନାଁ ହେଉଛି ଟେସ୍ଲା ରୋଡଷ୍ଟର୍ । ଏବେ ଏହାର ବୁକିଂ ବି ଆରମ୍ଭ ହୋଇଗଲାଣି । କାରର ଲଞ୍ଚିଂ ଇଭେଣ୍ଟର ଲାଇଭ୍ ଷ୍ଟ୍ରିମିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଲନ୍ ମସ୍କ ଦାବି କରିଛନ୍ତି , ରୋଡଷ୍ଟରରେ ରକେଟ୍ ପରି ଥ୍ରଷ୍ଟର୍ ସିଷ୍ଟମ୍ ଅଛି। ଯାହା କାରକୁ ଆକାଣରେ ଉଡ଼ିବାକୁ ଶକ୍ତି ଯୋଗାଇବ । କାରଟି ଗୋଟିଏ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଘଣ୍ଟା ପ୍ରତି ପ୍ରାୟ ୯୭ କିଲୋମିଟର ବେଗରେ ଉଡ଼ିବ । ରୋଡଷ୍ଟରର ଉତ୍ପାଦନ ୨୦୨୮ରୁ ଆରମ୍ଭ ହେବ। ହେଲେ ଏବେଠୁ ଏହାର ବୁକିଂ ଆରମ୍ଭ ହୋଇଗଲାଣି । ଟେସଲା କମ୍ପାନି ନିଜର ଅଫିସଆଲ୍ ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରି ରୋଡଷ୍ଟର୍ ଫ୍ଲାଙ୍ଗ କାରର ଉନ୍ମୋଚନ କରିଛି । ସୂଚନା ମୁତାବକ, ଟେସ୍ଲାର ଫାଷ୍ଟ ଭର୍ସନ ହେବାର ଦୀର୍ଘ ୯ ବର୍ଷ ପରେ ଏହାକୁ ପରୀକ୍ଷଣ କରାଯାଇଛି । ସୁରକ୍ଷିତ ଉଡ଼ାଣ ଏବଂ ଅବତରଣ ପାଇଁ କାରରେ ରକେଟ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏହାକୁ ମସ୍କଙ୍କ ରକେଟ୍ କମ୍ପାନି ତାଙ୍କର ଟେସ୍ଲା କମ୍ପାନି ସହ ମିଶି ପ୍ରସ୍ତୁତ କରିଛନ୍ତି ।

Leave a Reply

Your email address will not be published. Required fields are marked *