ଟ୍ରମ୍ପଙ୍କ ପ୍ରେସ୍ ସଚିବ ପଦରୁ ହଟିଲେ କେଟି ଜାକାରିଆ !

ନୂଆଦିଲ୍ଲୀ,୧୭/୧୦: ଟ୍ରମ୍ପଙ୍କ ପ୍ରେସ୍ ସଚିବ ପଦରୁ ହଟିଲେ କେଟି ଜାକାରିଆ । ନୂଆ ପ୍ରେସ୍ ସଚିବ କେଟି ଜାକାରିଆ ମାତ୍ର ୫ ଦିନ ଦାୟିତ୍ବରେ ରହିବା ପରେ ପଦ ଛାଡ଼ିଛନ୍ତି । ହ୍ବାଇଟ୍ ହାଉସ୍‌ର ଜଣେ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପ୍ରଦର୍ଶନକୁ ନେଇ ସମାଲୋଚନା ଏବଂ ତାଙ୍କ ଆଇନଗତ ଯୋଗ୍ୟତା ସମ୍ପର୍କରେ ପ୍ରଶ୍ନ ପ୍ରଶ୍ନ ଉଠିବା ପରେ ଏହି ଘଟଣା ଘଟିଛି । ଟ୍ରମ୍ପ ଶୁକ୍ରବାର ହ୍ବାଇଟ୍ ହାଉସ୍‌ରୁ ବାହାରିବା ସମୟରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଜାକାରିଆଙ୍କୁ ଏହି ଦାୟିତ୍ବ ନେବା ବିଷୟରେ ପୁନର୍ବିଚାର କରିବାକୁ କହିଥିଲେ । ଏହି କାମରେ ୫ ଦିନ ପୂର୍ବରୁ ନିଯୁକ୍ତ ହୋଇଥିଲେ । ଅଧିକ ଚାପ ରହିଛି ଏବଂ ଏଥିରେ ସେ ଖୁସି ରହିପାରିବେ କି ନାହିଁ, ତାହା ନେଇ ଟ୍ରମ୍ପ ସନ୍ଦେହ ପ୍ରକାଶ କରିଥିଲେ । ତାଙ୍କ କହିବା ଅନୁଯାୟୀ, ଜାକାରିଆ ମଧ୍ୟ ଏହି ଦାୟିତ୍ବ ଆଶାଠାରୁ ଅଧିକ କଠିନ ବୋଲି ସ୍ବୀକାର କରିଥିଲେ । ଜାକାରିଆ ଗତ ସୋମବାର ପ୍ରେସ୍ ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଜାକାରିଆଙ୍କ ପୂର୍ବରୁ କାରୋଲିନ୍ ଲେଭିଟ୍ ଏହି ପଦରେ ଥିଲେ ।

Leave a Reply

Your email address will not be published. Required fields are marked *