ଭୁବନେଶ୍ୱର,୦୪/୧୦: କଟକର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ଗଡ଼ଚଣ୍ଡୀ ମନ୍ଦିରରେ ମୂଳାଷ୍ଟମୀ ଅବସରରେ ଚାଲିଛି ବିଶେଷ ପୂଜାର୍ଚ୍ଚନା । ମୂଳାଷ୍ଟମୀ ତିଥିରେ ମନ୍ଦିରରେ ଘଟସ୍ଥାପନ କରାଯାଇ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଗତକାଲି ମୂଳାଷ୍ଟମୀ ଅବସରରେ ମା’ ଗଡ଼ଚଣ୍ଡୀ ଚାନ୍ଦି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମା’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଥିଲା । ଆଜି ମା’ ଗଡ଼ଚଣ୍ଡୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଦିବ୍ୟ ସୁନାବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ସମାଗମ ସହ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି ।