ଭୁବନେଶ୍ୱର, ୨୮/୦୯: ସୋମବାରକୁ ‘ନୋ ମିଟିଂ ଡେ’ ବା ଅଣବୈଠକ ଦିବସ ଭାବେ ଘୋଷଣା କଲେ ରାଜ୍ୟ ସରକାର । ସୋମବାର ଦିନ ସରକାରୀ କାର୍ଯ୍ୟାଳୟରେ ବୈଠକ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସାପ୍ତାହିକ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଥିବାରୁ, ଉଚ୍ଚ ଅଧିକାରୀମାନେ ଯେପରି ବୈଠକରେ ବ୍ୟସ୍ତ ନରହି ଅଭିଯୋଗ ଶୁଣାଣିରେ ସକ୍ରିୟ ଅଂଶଗ୍ରହଣ କରିବେ, ସେଥିପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି ।