ପିଲାଙ୍କ ବୟସ ୫ରୁ ୧୭ ବର୍ଷ ମଧ୍ୟରେ ହୋଇଥିଲେ ସମୟ ପୂର୍ବରୁ କରେଇ ନିଅନ୍ତୁ ବାୟୋମେଟ୍ରିକ୍ ଅପଡେଟ୍, ନଚେତ..

ଭୁବନେଶ୍ୱର,୨୫/୦୯: ଭାରତରେ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଧାର କାର୍ଡ ଜରୁରୀ ହୋଇପଡ଼ିଛି। ଏହାରି ମଧ୍ୟରେ ବାଲ୍ ଆଧାରକୁ ନେଇ UIDAI ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୟସୀମା ଜାରି କରାଯାଇଛି। ଯଦି ଆପଣଙ୍କ ପିଲାଙ୍କ ବୟସ ୫ରୁ ୧୭ ବର୍ଷ ମଧ୍ୟରେ, ତେବେ ସେପ୍ଟେମ୍ବର ୩୦, ୨୦୨୬ ପୂର୍ବରୁ ଅନିବାର୍ଯ୍ୟ ବାୟୋମେଟ୍ରିକ୍ ଅପଡେଟ୍ କରାଇବା ଜରୁରୀ।ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ଅନୁସାରେ, ୫ରୁ ୧୭ ବର୍ଷ ବୟସର ପିଲାଙ୍କ ଅନିବାର୍ଯ୍ୟ ବାୟୋମେଟ୍ରିକ୍ ଅପଡେଟ୍ ବର୍ତ୍ତମାନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମାଗଣାରେ କରାଯାଇପାରିବ। ତେବେ ଏହି ସୁବିଧାର ସମୟସୀମା ଶେଷ ହେବା ପରେ ନିୟମ ଅନୁଯାୟୀ ଶୁଳ୍କ ଦେବାକୁ ପଡ଼ିପାରେ।ପାଞ୍ଚ ବର୍ଷରୁ କମ୍ ବୟସରେ ଶିଶୁଙ୍କ ଆଧାର ତିଆରି କରିବା ସମୟରେ ଫିଙ୍ଗରପ୍ରିଣ୍ଟ ଓ ଆଇରିସ୍ ସ୍କାନ୍ ନିଆଯାଏ ନାହିଁ। ପିଲା ପାଞ୍ଚ ବର୍ଷରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ଫଟୋ, ଫିଙ୍ଗରପ୍ରିଣ୍ଟ ଓ ଆଇରିସ୍ ଭଳି ବାୟୋମେଟ୍ରିକ୍ ସୂଚନା ଅପଡେଟ୍ କରିବାକୁ ହୁଏ। ଏହାପରେ ୧୫ ବର୍ଷ ବୟସରେ ଦ୍ୱିତୀୟ ଥର ବାୟୋମେଟ୍ରିକ୍ ଅପଡେଟ୍ କରିବା ଆବଶ୍ୟକ ହୋଇଥାଏ।

Leave a Reply

Your email address will not be published. Required fields are marked *