ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କୁ କମିଶନରେଟ୍ ପୋଲିସର ପକ୍ଷରୁ ବିଦାୟ

ନୂଆଦିଲ୍ଲୀ, ୨୦/୦୯: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କୁ କମିଶନରେଟ୍ ପୋଲିସର ପକ୍ଷରୁ ବିଦାୟ ଦିଆଯାଇଛି । ୨୦୧୩ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ଦୀର୍ଘ ୧୩ ବର୍ଷ ଧରି ପୋଲିସ ସେବାରେ ରହିଥିଲେ । ୨୦୨୫ ମାର୍ଚ୍ଚ ୫ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ ।ବ୍ୟକ୍ତିଗତ କାରଣ ଦର୍ଶାଇ ପୋଲିସ ସେବାରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଜୁଲାଇ ୨୦୨୬ରେ ସେ ଇସ୍ତଫା ଦାଖଲ କରିଥିବା ବେଳେ ଅଗଷ୍ଟରେ ରାଜ୍ୟ ସରକାର ଏହାକୁ ଅନୁମୋଦନ କରିଥିଲେ । ପରେ କେନ୍ଦ୍ର ସରକାର ମଧ୍ୟ ତାଙ୍କ ଇସ୍ତଫାକୁ ଔପଚାରିକ ଭାବେ ଗ୍ରହଣ କରିଥିଲେ । ଏହି ଅବସରରେ କମିଶନରେଟ୍ ପୋଲିସର ଅଧିକାରୀ ଓ କର୍ମଚାରୀମାନେ ଜଗମୋହନ ମୀନାଙ୍କୁ ବିଦାୟ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *