ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ବିପୁଳ ପରିମାଣ ଟଙ୍କା ଓ ସୁନା ଗହଣା ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର,୦୬/୦୯: ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କ ଘରୁ ବିପୁଳ ପରିମାଣ ଟଙ୍କା ଓ ସୁନା ଗହଣା ଜବତ କରିଛି ଭିଜିଲାନ୍ସ। ତାଙ୍କ ଘରୁ ନଗଦ ୪ ଲକ୍ଷ ଟଙ୍କା ସହ ସୁନା ଓ ହୀରା ଅଳଙ୍କାର ସିଜ୍ କରାଯାଇଛି। ଲାଞ୍ଚ ନେଇଥିବା ୩ ଲକ୍ଷ ୧୫ ହଜାର ଟଙ୍କା ସହ ମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ ହୋଇଛି। ଲାଞ୍ଚ ଟଙ୍କା ନେଇ ଯାଉଥିବା ବେଳେ ଧରାପଡିଥିଲେ ଡ୍ରେନେଜ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ଏଷ୍ଟିମେଟର ଅନୁପମା ସାହୁ। ପ୍ରଥମେ ୩ ଲକ୍ଷ ୧୫ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।ମାର୍ଶାଘାଇ ନିକଟରେ ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ବାଟରେ କେନ୍ଦ୍ରାପଡ଼ା ଓ କଟକ ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ କରିଥିଲେ। ଅନୁଗୁଳ, ତାଳଚେର ଓ ଯାଜପୁର ଏବଂ କେନ୍ଦ୍ରପଡ଼ାସ୍ଥିତ ଭଡ଼ା ଘରେ ଏକା ସାଙ୍ଗରେ ଚଢାଉ କରାଯାଇଛି। ଅନୁପମାଙ୍କ କେନ୍ଦ୍ରାପଡା ମାର୍ଶାଘାଇ ନୟନ ବିହାରସ୍ଥିତ ଭଡା ଘର, ଅନୁଗୁଳସ୍ଥିତ ବାପା ଘର, ତାଳଚେର ସ୍ଥିତ ଶାଶୁ ଘର, ଯାଜପୁରରେ ସ୍ୱାମୀଙ୍କ ରହଣି ସ୍ଥାନ ଆଦି ଠିକଣାରେ ଚଢାଉ କରିଛି ଭିଜିଲାନ୍ସର ଏକାଧିକ ଟିମ୍। ଚଢାଉ ବେଳେ ତାଙ୍କ ଭଡା ଘରୁ ଲକ୍ଷାଧିକ ନଗଦ ଟଙ୍କା ଓ ବିପୁଳ ପରିମାଣର ସୁନା ଜବତ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *