ଚୀନର ଶିଜାଙ୍ଗ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ: ୧୬ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ,୩୦/୦୮: ଚୀନର ଶିଜାଙ୍ଗ ଅଞ୍ଚଳର ସୀମା ନିକଟରେ ଥିବା ଏକ ବନ୍ଦରରେ ଭୂସ୍ଖଳନ ହୋଇଛି। ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ୫୪୬ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ୪୯ ଜଣ ଭାରତୀୟ ନାଗରିକ ଅଛନ୍ତି । ନିଖୋଜଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଅଭିଯାନ ଜାରି ରହିଛି। ଗତକାଲି ସନ୍ଧ୍ୟା ୬ଟାରେ ଶିଜାଙ୍ଗ ନିକଟସ୍ଥ ଏକ ବନ୍ଦରରେ ଭୂସ୍ଖଳନ ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଭୂସ୍ଖଳନ ପରଠାରୁ ୨୩ଟି ଦେଶର ମୋଟ ୨୬୧ ଜଣ ବିଦେଶୀ ନାଗରିକଙ୍କ ସହିତ ଯୋଗାଯୋଗ କରାଯାଇ ପାରିନାହିଁ। ସେମାନଙ୍କ ମଧ୍ୟରୁ ନେପାଳର ସର୍ବାଧିକ ୧୦୪ ଜଣ ନାଗରିକ ଅଛନ୍ତି। ଏହା ସହିତ ୪୯ ଜଣ ଭାରତୀୟ, ୩୩ ଜଣ ଲାଟଭିଆନ୍, ୧୮ ଜଣ ଆମେରିକୀୟ ଏବଂ ୧୫ ଜଣ ବ୍ରିଟିଶ ନାଗରିକ ନିଖୋଜ ଥିବା ଜଣାପଡ଼ିଛି। କାନାଡା ଏବଂ ଅଷ୍ଟ୍ରେଲିଆର ୬ ଜଣ ଲେଖାଏଁ ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ମାଲେସିଆ, ଜର୍ମାନୀ ଏବଂ ରୁଷର ତିନି ଜଣ ଲେଖାଏଁ ଏବଂ ଦକ୍ଷିଣ ଆଫ୍ରିକାର ୪ ଜଣ ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ଆୟରଲ୍ୟାଣ୍ଡ ଏବଂ ଏଷ୍ଟୋନିଆର ଦୁଇ ଜଣ ଲେଖାଏଁ ନାଗରିକଙ୍କ ବିଷୟରେ ମଧ୍ୟ କୌଣସି ସୂଚନା ଜଣାପଡ଼ିନାହିଁ। ଏହା ସହିତ ଫ୍ରାନ୍ସ, ନେଦରଲ୍ୟାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ଅନ୍ୟାନ୍ୟ ଦେଶର ନାଗରିକ ମଧ୍ୟ ନିଖୋଜ ତାଲିକାରେ ଅଛନ୍ତି।

Leave a Reply

Your email address will not be published. Required fields are marked *