ନୂଆଦିଲ୍ଲୀ,୨୩/୦୮: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଥମିବାର ନାଁ ନେଉନାହିଁ। ଉଭୟ ଦେଶ ହର୍ମୁଜ୍ ପ୍ରଣାଳୀ ଉପରେ ନିଜ ନିଜର ଦାବି କରୁଛନ୍ତି। ଏହି ସମୟରେ, ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ଫଟୋ ସେୟାର କରି ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ନୂତନ ଅଞ୍ଚଳ ଭାବରେ ବର୍ଣ୍ଣନା କରିଛନ୍ତି।ଏହାକୁ ନେଇ ଇରାନ ସ୍ପଷ୍ଟ ଭାବରେ କହିଛି ଯେ, ହର୍ମୁଜ୍ ପ୍ରଣାଳୀ ବନ୍ଦ ଅଛି। ୱାସିଂଟନର ଆଭିମୁଖ୍ୟ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ଆମେରିକା ଯେପର୍ଯ୍ୟନ୍ତ ନିଜର ପ୍ରତିଶ୍ରୁତି ପୂରଣ ନ କରିଛି ସେପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ଆଉ ଖୋଲାଯିବ ନାହିଁ ବୋଲି ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ କହିଛନ୍ତି।ଆମେରିକାର ମନୋଭାବ ପରିବର୍ତ୍ତନ ହେଲେ ପରିସ୍ଥିତିରେ ଉନ୍ନତି ହେବ। ସେ ସ୍ପଷ୍ଟ କରିଛନ୍ତି ଯେ, ଏହାର ସମାଧାନ ଆଲୋଚନା ମାଧ୍ୟମରେ ମିଳିପାରିବ ନାହିଁ, ବରଂ ଆମେରିକାର କାର୍ଯ୍ୟରେ ସୁଧାର ହେଲେ ସମ୍ଭବ ହେବ।