ନୂଆଦିଲ୍ଲୀ,୧୮/୦୮: ଛାତ୍ର ଆନ୍ଦୋଳନ ପରେ ଆକ୍ସନ୍ ମୋଡ଼ରେ ଯୋଗୀ ସରକାର। ଏଣିକି ଉତ୍ତରପ୍ରଦେଶରେ ସମୟବଦ୍ଧ ହେବ ସରକାରୀ ଚାକିରି ନିଯୁକ୍ତି ପ୍ରକ୍ରିୟା । ଦୀର୍ଘଦିନ ଧରି ନିଯୁକ୍ତି ପରୀକ୍ଷାରେ ବିଳମ୍ବ ଏବଂ ପ୍ରକ୍ରିୟା ଲମ୍ବା ହେଉଥିବାକୁ ନେଇ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ, ଏବେ ସରକାର ଭର୍ତ୍ତି ପ୍ରକ୍ରିୟାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ ଶେଷ କରିବା ଦିଗରେ ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଯୋଜନା ଅନୁସାରେ, ସରକାରୀ ନିଯୁକ୍ତି ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ । କେଉଁ ପଦବୀ ପାଇଁ କେବେ ବିଜ୍ଞପ୍ତି ପ୍ରକାଶ ପାଇବ, କେବେ ପରୀକ୍ଷା ହେବ ଏବଂ କେବେ ନିଯୁକ୍ତି ପ୍ରକ୍ରିୟା ସରିବ—ଏସବୁକୁ କ୍ୟାଲେଣ୍ଡର ଅନୁସାରେ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ନିଯୁକ୍ତି ପରୀକ୍ଷାରେ ଅନିଶ୍ଚିତତା ଏବଂ ଅଯଥା ବିଳମ୍ବକୁ ଦୂର କରିବା ।