ଲଗାତାର ବର୍ଷା ଯୋଗୁଁ କେନ୍ଦୁଝର ଜୁଡିଆ ଘାଟିର ଭୁସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର,୧୫/୦୮: ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ସହର । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ଜୁଡିଆ ଘାଟିର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ପାହାଡ଼ରୁ ବଡ଼ ବଡ଼ ପଥର ଖସିବାରୁ ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି । ଫଳରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି ।ଭୂସ୍ଖଳନ ଯୋଗୁଁ ଘାଟି ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଗୋଟିଏ ପଟେ ଧାଡ଼ି ବାନ୍ଧି ଗାଡ଼ିମୋଟର ଚଳାଚଳ କରୁଛି । ଏହାଦ୍ୱାରା ୪୯ ନମ୍ବର ଜାତୀୟ ରାଜପଥ ଏବେ ବିପଦସଂକୁଳ ହୋଇପଡ଼ିଛି । ଜୁଡିଆ ଘାଟିର ଉଠାଣି ରାସ୍ତା ପାର୍ଶ୍ୱରେ ପାହାଡ଼ରୁ ଲଗାତାର ପଥର ଓ ମାଟି ଧସିବାରୁ ଯାତାୟାତ କରୁଥିବା ଲୋକଙ୍କ ଧନଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି ।  ବର୍ଷା ଛାଡ଼ିବା ପରେ ପ୍ରଶାସନ ପକ୍ଷରୁ ରାସ୍ତାରୁ ପଥର ଓ ମାଟି ହଟାଇବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *