ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫/୦୮: ଭାରତ ଆଜି ୧୫ ଅଗଷ୍ଟ ୨୦୨୬ରେ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ପାଳନ କରୁଛି। ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ—ସବୁଠି ଗର୍ବର ସହ ତ୍ରିରଙ୍ଗା ଉଡୁଛି। ବ୍ରିଟିଶ ଔପନିବେଶିକ ଶାସନରୁ ସ୍ୱାଧୀନତା ହାସଲ କରିବାର ୭୯ ବର୍ଷ ପୂରଣ ଅବସରରେ ସାରା ଦେଶରେ ଜାତୀୟ ପର୍ବର ଉତ୍ସାହ ଦେଖିବାକୁ ମିଳିଛି। ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରେ ଆୟୋଜିତ ହେଉଛି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ କ୍ରମାଗତ ୧୩ତମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଚଳିତବର୍ଷ ସ୍ୱାଧୀନତା ଦିବସ ସମାରୋହର ଥିମ୍ ରହିଛି ୟୁଥ୍ ପାୱାର ଫର୍ ବିକଶିତ ଭାରତ@୨୦୪୭।

Leave a Reply

Your email address will not be published. Required fields are marked *