ବିନୟତୋଷ ମିଶ୍ରଙ୍କୁ ମିଳିଲା ଅନ୍ତରୀଣ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର,୧୪/୦୮: ବରିଷ୍ଠ ପୋଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ନୂଆ ନିଯିକ୍ତି ମିଳିଛି । ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ବିନୟତୋଷଙ୍କୁ ଅନ୍ତରୀଣ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ହେବେ। ସେ ଏବେ କ୍ରାଇମବ୍ରାଞ୍ଚ ଡିଜି ଅଛନ୍ତି । ଏନେଇ ପ୍ରସ୍ତାବକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ସୂଚନାଯୋଗ୍ୟ, ବିନୟ‌ତୋଷ ମିଶ୍ର ହେଉଛନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ । ସେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇ ନିଜର ଦକ୍ଷତା ଦେଖାଇଛନ୍ତି । ଅତୀତରେ ରାଜ୍ୟ ସରକାର ତାଙ୍କୁ ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲେ ।

Leave a Reply

Your email address will not be published. Required fields are marked *