ଖଣ୍ଡଗିରି ଓଭର ବ୍ରିଜରେ ଭୟଙ୍କର ଦୁର୍ଘଟଣା, ବାଇକ୍ ଆରୋହୀ ମୃତ

ଭୁବନେଶ୍ୱର,୧୦/୦୮: ଭୁବନେଶ୍ୱର ଖଣ୍ଡଗିରି ଓଭର ବ୍ରିଜରେ ଭୟଙ୍କର ଦୁର୍ଘଟଣା। ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଇକ୍ ଆରୋହୀକୁ ଧକ୍କା ଦେଇ ଫେରାର ହୋଇଗଲା ବସ୍ ଡ୍ରାଇଭର । ଏହି ଘଟଣା ଘଟିଛି ଆଇଗିଣିଆ କସମପିଲିସ ଛକ ନିକଟସ୍ଥ ଓଭରବ୍ରିଜ୍ ଉପରେ। ଧକ୍କା ଦେଇ ଫେରାର ହୋଇଯାଇଥିବା ବସ OSRTC ବସ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଲୋକେ ଜାତୀୟ ରାଜପଥରେ ରାସ୍ତାରୋକ କରିଥିଲେ। ଜାତୀୟ ରାଜପଥ ୧୬କୁ ଅବରୋଧ କରିବା ସହ ଲୋକମାନେ ଧାରଣ ଦେଇଥିଲେ। ତେବେ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା।

Leave a Reply

Your email address will not be published. Required fields are marked *