ପଞ୍ଜାବର ଫତେଗଡ଼ରେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୩ କାଉଡ଼ିଆଙ୍କ ଜୀବନ

ନୂଆଦିଲ୍ଲୀ,୦୯/୦୮: ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାସ୍ଥିତ ସିରହିନ୍ଦ ଜିଟି ରୋଡ୍ ନିକଟ ଦାଦା ମୋଟର୍ସ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି।  ଭୋର ସମୟରେ ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ୩ ଜଣ କାଉଡ଼ିଆଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କର ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, କୋଟକପୁରାର ୬ ଜଣିଆ କାଉଡ଼ିଆ ଦଳ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀରୁ ପବିତ୍ର ଜଳ ନେଇ ଫେରୁଥିଲେ। ସେମାନେ ଜାତୀୟ ରାଜପଥ କଡ଼ରେ ଚାଲି ଚାଲି ଯାଉଥିବା ସମୟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଗାଡି଼ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *