ଭୁବନେଶ୍ୱର,୦୮/୦୮: ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଭୀଷଣ ବର୍ଷାରେ ବେଶି ବେହାଲ ଉତ୍ତର ଆଉ ପଶ୍ଚିମ। ଏହାରି ଭିତରେ ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ରର ସତର୍କତା ଅନୁସାରେ, ଆଜି ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆର୍ଲଟ ଜାରି କରାଯାଇଛି। ସେହିପରି ୧୯ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଲାଗି ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ବର୍ଷା କାଲି ଅପେକ୍ଷା ସାମାନ୍ୟ କମିଲେ ବି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅତିପ୍ରବଳ ବର୍ଷା ଲାଗିରହିବ। ଏଥିପାଇଁ ୬ ଜିଲ୍ଲା- କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଏହାଛଡ଼ା ବାକି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ଏଯାଏଁ ଅଧିକାଂଶ ଅଞ୍ଚଳରେ ବଢିପାଣି ପୂରା ଛାଡ଼ିନଥିବାବେଳେ ପୁଣି ଫୁଲିଛି ନଦୀ। ଫଳରେ ଲୋକେ ଛାନିଆଁ ହୋଇଗଲେଣି।