ମୌସୁମୀ ସକ୍ରିୟ ହୋଇଥିବା ବେଳେ ଦାନା ବାନ୍ଧୁଛି ଲଘୁଚାପ: ଯାଇନି ବନ୍ୟା ଦୁର୍ଦ୍ଦଶା, ଆସିଲାଣି ବଡ଼ ବର୍ଷା!

ଭୁବନେଶ୍ୱର,୦୭/୦୮: ଗୋଟିଏ ପଟେ ମୌସୁମୀ ସକ୍ରିୟ ହୋଇଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏନେଇ ଜାରି ହୋଇଛି ରେଡ୍‌ ଆଲର୍ଟ । ଆଗାମୀ କିଛି ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ନଦୀ, ନାଳ ଓ ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ବନ୍ୟା ଦୁର୍ଦ୍ଦଶା ଯାଇନି ସକ୍ରିୟ ମୌସୁମୀ ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାକୁ ଯାଉଛି । ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଉପକୂଳରୁ ଆରମ୍ଭ କରି ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି, ବିଜୁଳି ଓ ଝଟକା ପବନର ଆଶଙ୍କା ରହିଛି। ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବାଲେଶ୍ୱର, ଭଦ୍ରକ, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।  ଏହି ସବୁ ଜିଲ୍ଲାରେ ଭାରି ବର୍ଷା ସହ ଝଡ଼ ପବନ ଓ ବଜ୍ରପାତ ହୋଇପାରେ ।

Leave a Reply

Your email address will not be published. Required fields are marked *