ପୁଣି ଥରିଲା ଫିଲିପାଇନ୍ସ, ୬.୩ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ,୦୫/୦୮: ଦକ୍ଷିଣ ଫିଲିପାଇନ୍ସର ଉପକୂଳରେ ଆଜି ଏକ ଶକ୍ତିଶାଳୀ ୬.୩ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ଫଳରେ ସାରାଙ୍ଗାନି ଦ୍ୱୀପର କେନ୍ଦ୍ରସ୍ଥଳ ନିକଟବର୍ତ୍ତୀ ନିର୍ମାଣଗୁଡ଼ିକରୁ ବାସିନ୍ଦାମାନେ ଆତଙ୍କିତ ହୋଇ ଘର ବାହାରକୁ ପଳାଇ ଆସିଥିଲେ । ମୃତାହତ କିମ୍ବା କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ । ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨.୧୪ ରେ ଭୂମିକମ୍ପ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ସାରାଙ୍ଗାନି ଦ୍ୱୀପରୁ ପ୍ରାୟ ୩୨ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା ବୋଲି ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ଉପକୂଳ ଅଞ୍ଚଳ ପାଇଁ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ । ସରକାରୀ ଆର୍ଥିକ ଅନୁଦାନ ପାଇବା ପାଇଁ ସାରାଙ୍ଗାନି ଦ୍ୱୀପର ଏକ ସ୍ଥାନୀୟ କୋର୍ଟରେ ଭିଡ଼ ଜମା ହୋଇଥିବା ବେଳେ ଭୂମିକମ୍ପ ହୋଇଥିଲା । ଫଳରେ ଉପସ୍ଥିତ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ ।

Leave a Reply

Your email address will not be published. Required fields are marked *