ନୂଆଦିଲ୍ଲୀ,୦୫/୦୮: ଦେଶରେ ଏବେ କେଉଁଠି ମୁଷଳଧାରା ବର୍ଷାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଆଉ କେଉଁଠି ବର୍ଷା ଅଭାବ ଚିନ୍ତା ବଢ଼ାଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଆସାମ ଓ ହିମାଚଳ ପ୍ରଦେଶ ସମେତ ଏକାଧିକ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଏପଟେ ପାଣିପାଗ ବିଭାଗ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା, ବଜ୍ରପାତ ଏବଂ ଫ୍ଲାସ୍ ଫ୍ଲଡ୍ର ସତର୍କ ସୂଚନା ଜାରି କରିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ନଦୀକୂଳବର୍ତ୍ତୀ ଅଞ୍ଚଳରେ ହଠାତ୍ ବନ୍ୟା ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।