ପେରୁର ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା, ୧୩ ମୃତ

ନୂଆଦିଲ୍ଲୀ,୦୨/୦୮:ପେରୁର ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ବିମାନ ହଠାତ୍ ଏକ କ୍ଷେତରେ ଖସିପଡ଼ିବାରୁ ଏଥିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।ନାଜକା ନଗରପାଳିକା ପ୍ରଶାସନ ନିଜ ଫେସବୁକ ପେଜ୍‌ରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ମିଳିଥିବା ଖବର ଅନୁସାରେ, ଏହି ବିମାନଟି ପର୍ଯ୍ୟଟକମାନଙ୍କୁ ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖାଇବା ପାଇଁ ନେଇ ଯାଉଥିଲା। ପେରୁର ମରୁଭୂମି ଅଞ୍ଚଳରେ ଶହ ଶହ ବର୍ଷ ପୂର୍ବେ ସ୍ଥାନୀୟ ମୂଳ ନିବାସୀଙ୍କ ଦ୍ୱାରା ନିର୍ମିତ ଏହି ବିଶାଳକାୟ ଆକୃତିଗୁଡ଼ିକ ବିଶ୍ୱର ଅନ୍ୟତମ ରହସ୍ୟମୟ ସ୍ଥାନ ଭାବେ ଜଣାଶୁଣା । ଜମି ଉପରେ ଅଙ୍କାଯାଇଥିବା ବିଭିନ୍ନ ପଶୁପକ୍ଷୀଙ୍କର ଏହି ବିରାଟ ଚିତ୍ରଗୁଡ଼ିକୁ କେବଳ ଆକାଶ ମାର୍ଗରୁ ବା ଉଚ୍ଚ ଟାୱାରରୁ ହିଁ ସ୍ପଷ୍ଟ ଭାବେ ଦେଖିହୁଏ।

Leave a Reply

Your email address will not be published. Required fields are marked *