କ୍ୟାବିନେଟ ବୈଠକରେ ୬ଟି ବିଭାଗ ସମ୍ବନ୍ଧୀୟ ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନ

ଭୁବନେଶ୍ୱର,୧/୦୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ୪୫ତମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୬ଟି ବିଭାଗ ସମ୍ବନ୍ଧୀୟ ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ  ଅନୁମୋଦନ ଦିଆଯାଇଛି। ରାଜ୍ୟର ବିକାଶ, ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇବା ଲକ୍ଷ୍ୟରେ ଏହି ପ୍ରସ୍ତାବଗୁଡ଼ିକୁ କ୍ୟାବିନେଟର ସବୁଜ ସଙ୍କେତ ମିଳିଛି। ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଏକ ବୃହତ ଜଳସେଚନ ପ୍ରକଳ୍ପ ଯେଉଁଥିରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ ଓ ଏହାର ବିତରଣ ପ୍ରଣାଳୀର ନିର୍ମାଣ ଦ୍ୱାରା କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ୬୦,୦୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ବ୍ୟାରେଜର ନିର୍ମାଣ, ସାଳନ୍ଦୀ ନଦୀ ପ୍ରଣାଳୀର ସୁଦୃଢ଼ୀକରଣ କାର୍ୟ୍ୟ ଓ ଉନ୍ମୁକ୍ତ କେନାଲ ପ୍ରଣାଳୀ ମାଧ୍ୟମରେ ୩,୦୦୦ ହେକ୍ଟର ଚାଷଜମିର ବିତରଣ ପ୍ରଣାଳୀ ସହ ସେଚାଞ୍ଚଳ ଉନ୍ନୟନ କାର୍ୟ୍ୟ ସମାପ୍ତ ହୋଇଛି।

 

 

Leave a Reply

Your email address will not be published. Required fields are marked *