ନୂଆଦିଲ୍ଲୀ,୨୮/୦୭: RBI ଛାପିବ ପ୍ଲାଷ୍ଟିକ ନୋଟ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଦେଶରେ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ବା ପଲିମର ନୋଟ୍ ପ୍ରଚଳନ କରାଯିବ । ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହି ବଡ଼ ସୂଚନା ପ୍ରଦାନ କରିଛନ୍ତି ।ଆରବିଆଇର ଏହି ପରୀକ୍ଷଣ ଅଧୀନରେ ୧୦ ଟଙ୍କା ଏବଂ ୨୦ ଟଙ୍କିଆ ନୋଟ୍ ପ୍ରତ୍ୟେକର ୧୦୦ କୋଟି ପିସ୍ ବଜାରକୁ ଅଣାଯିବ, ଯାହାର ମୋଟ ମୂଲ୍ୟ ୩,୦୦୦ କୋଟି ଟଙ୍କା ହେବ । ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ଲାଷ୍ଟିକ୍ ନୋଟ୍ ଗୁଡ଼ିକ ସାଧାରଣ କାଗଜ ନୋଟ୍ ସହିତ ସମାନ ଭାବରେ ବଜାରରେ ଚଳାଚଳ କରିବ । ବର୍ତ୍ତମାନ ପାଇଁ କାଗଜ ନୋଟକୁ ପ୍ଲାଷ୍ଟିକ୍ ନୋଟ୍ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ବଦଳାଇବାର କୌଣସି ଯୋଜନା ନାହିଁ ।