ଦୀଘା ନିକଟରେ ସ୍ଥଳଭାଗ ଛୁଇଁଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ

ଭୁବନେଶ୍ୱର, ୨୮/୦୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦୀଘା ନିକଟରେ ସ୍ଥଳଭାଗ ଛୁଇଁବା ପରେ ଗଭୀର ଅବପାତ କ୍ରମେ ଭିତର ଅଞ୍ଚଳକୁ ଗତି କରୁଛି । ଏହାର ସିଧାସଳଖ ପ୍ରଭାବ ଓଡ଼ିଶାର ଉତ୍ତର ଜିଲ୍ଲାଗୁଡ଼ିକରେ ଦେଖିବାକୁ ମିଳିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼ ସମେତ ବହୁ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଯୋଗୁଁ ସହର ଓ ଗ୍ରାମାଞ୍ଚଳର ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି ।

Leave a Reply

Your email address will not be published. Required fields are marked *