ବଡ଼ଦାଣ୍ଡରେ ଅଟକିଲେ ମହାପ୍ରଭୁ, ଆସନ୍ତାକାଲି ପୁଣି ହେବ ରଥଟଣା

ଭୁବନେଶ୍ୱର,୧୬/୦୭: ପୁରୀ ରଥଯାତ୍ରା ପରମ୍ପରା ଅନୁଯାୟୀ, ଆଜି ସନ୍ଧ୍ୟାରେ ମାର୍କେଟ ଛକ ନିକଟରେ ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥ ଅଟକି ରହିଛି ।  ନୀତି ଓ  ପରମ୍ପରାକୁ ପାଳନ କରି ସନ୍ଧ୍ୟା ପରେ ରଥଟଣା ବନ୍ଦ କରାଯାଇଛି । ସୂର୍ଯ୍ୟାସ୍ତ ପରେ ରଥ ଆଉ ଗଡ଼ିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଶ୍ରୀଜିଉଙ୍କ ରଥଯାତ୍ରାରେ ପ୍ରତିବର୍ଷ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ସମୟରେ ରଥ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ରଥ ଅଟକି ରହିଥିବା ସ୍ଥାନରେ ମଧ୍ୟ ପ୍ରଭୁଙ୍କ ଦର୍ଶନ ପାଇଁ ସୁବିଧା କରାଯାଇଛି ।

ଆସନ୍ତାକାଲି ସକାଳେ ପୁନର୍ବାର ନୀତିକାନ୍ତି ସମ୍ପନ୍ନ ହେବା ପରେ, ଭକ୍ତମାନେ ବଳଭଦ୍ରଙ୍କ ରଥକୁ ଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନେବେ । ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏହି ବିଳମ୍ବକୁ ନେଇ କୌଣସି ନିରାଶା ନାହିଁ ।

Leave a Reply

Your email address will not be published. Required fields are marked *