ରଥଖଳାରୁ ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ସମ୍ମୁଖକୁ ଟଣା ଯାଉଛି ତିନି ରଥ

ଭୁବନେଶ୍ୱର,୧୫/୦୭: ରଥଖଳାରୁ ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ସମ୍ମୁଖକୁ ଟଣା ଯାଉଛି ତିନି ରଥ । ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଆସନ୍ତା କାଲି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ବେଶ୍‌ ଭଲ ଭାବରେ ହୋଇଛି । ଆଜି ମହାପ୍ରଭୁଙ୍କ ଉଭା ଯାତ୍ରାରେ ନୀତିକାନ୍ତି ମଧ୍ୟ ଠିକ୍‌ ଭାବେ ଚାଲିଛି । କାଲି ୯ଟାରୁ ସାଢ଼େ ୯ ମଧ୍ୟରେ ପହଣ୍ଡି ନେଇ ଆଶାବାଦୀ । କାଲି ୨ଟାରୁ ୩ଟା ଭିତରେ ଛେରା ପହଁରା ଓ ୪ଟାରେ ରଥଟଣା ନେଇ ନୀତି ନିର୍ଘଣ୍ଟ ହୋଇଥିବା ସୂଚନା ଦିଆଯାଇଛ । କେହି ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢ଼ି ପାରିବେ ନାହିଁ । ରଥ ଉପରେ ମୋବାଇଲ୍‌ ବ୍ୟବହାର କରିବା ମନା । ସବୁର ଭିଡିଓଗ୍ରାଫି କରାଯିବ ଓ ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ପୁରୀ ଆସି ଡିଜିଟାଲ ହୁଣ୍ଡିର ଲୋକାର୍ପଣ କରିବେ । କାଲିର ସମସ୍ତ ଭିଆଇପି, ସାଧାରଣ ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି । ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ସୂଚନା ।

Leave a Reply

Your email address will not be published. Required fields are marked *