୭ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୪/୦୭: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ହୋଇଥିବା କୁହାଯାଉଛି । ଏହି ସମୟରେ ସେ କିଛି ବ୍ୟକ୍ତିଗତ କାମ ସାରିବା ସହ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପୂରଣ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଦିଲ୍ଲୀ ଗସ୍ତରେ କୌଣସି ରାଜନୈତିକ ବୈଠକ କିମ୍ବା ଦଳୀୟ କାର୍ଯ୍ୟକ୍ରମ ରହିଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ଔପଚାରିକ ସୂଚନା ସାମ୍ନାକୁ ଆସିନାହିଁ । ତେବେ ତାଙ୍କର ଏହି ଗସ୍ତକୁ ନେଇ ରାଜନୈତିକ ମହଲରେ ବହୁ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *