ଭୁବନେଶ୍ୱର,୧୨/୦୭: ବଙ୍ଗୋପସାଗରରେ ଆଜି ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ମଧ୍ୟ ଥରି ଉଠିଛି। ଲୋକମାନେ ଶୋଇଥିବା ସମୟରେ ଭୋର ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଅନେକ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ କୌଣସି କ୍ଷୟକ୍ଷତି ହୋଇନାହିଁ। ଭୂମିକମ୍ପ ସମୁଦ୍ର ପତ୍ତନଠାରୁ ୧୦ କିଲୋମିଟର ଗଭୀରରେ ହୋଇଥିବା ଆକଳନ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ବଙ୍ଗୋପସାଗରର କାକିନାଡା ଉପକୂଳରୁ ପ୍ରାୟ ୨୨୫ କିଲୋମିଟର ଦୂରରେ ଥିଲା। ବିପର୍ୟ୍ୟୟ ପରିଚାଳନା ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସୂଚନା ଅନୁଯାୟୀ, ଏହା ଏକ ମୃଦୁ ଭୂମିକମ୍ପ ଥିଲା ଏବଂ ସୁନାମି କିମ୍ବା ବଡ଼ ଭୂମିକମ୍ପର କୌଣସି ଆଶଙ୍କା ନାହିଁ।