ଓଡ଼ିଶା କ୍ୟାଡ଼ର ଯୁବ IPS ସି.ଏ. ରାମଦାସଙ୍କ ଇସ୍ତଫା

ଭୁବନେଶ୍ୱର,୧୧/୦୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାର କିଛି ଦିନ ପରେ ପୁଣି ଜଣେ ଆଇପିଏସ ଇସ୍ତଫା ଦେଇଛନ୍ତି । ଗତବର୍ଷ ସିଭିଲ ସର୍ଭିସେସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବ ଆଇପିଏସ ଅଧିକାରୀ ସରକାରୀ ଚାକିରିରୁ ଓହରିଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଓଡ଼ିଶା ପୁଲିସ ସୂତ୍ରରୁ ସ୍ପଷ୍ଟ ହୋଇଛି ଯେ, ୨୦୨୫ ବ୍ୟାଚର ଜଣେ ୩୩ ବର୍ଷୀୟ ଆଇପିଏସ ପ୍ରୋବେସନର ସି.ଏ. ରାମଦାସ ଇସ୍ତଫା ଦେଇଛନ୍ତି। ରାମଦାସ ଏବେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ସେ ସରକାରଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି। ମୂଳତଃ ମହାରାଷ୍ଟ୍ରର ଏହି ଅଧିକାରୀଙ୍କୁ ନିକଟରେ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯାଇଥିଲା। ସେ ଏବେ ମଧ୍ୟ ହାଇଦ୍ରାବାଦରେ ପ୍ରଶିକ୍ଷଣର ପ୍ରଥମ ପର୍ଯ୍ୟାୟରେ ଅଛନ୍ତି ଏବଂ ଓଡ଼ିଶାରେ ଏପର୍ଯ୍ୟନ୍ତ କାର୍ଯ୍ୟ କରିନାହାନ୍ତି। ଜଗମୋହନ ମୀନାଙ୍କ ଇସ୍ତଫା ପରେ ପରେ ଏହି ଘଟଣା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *