ରାଜୀବ ଭବନ ପାଖରେ ନିର୍ମାଣ ହେବ  ନୂଆ ବିପର୍ଯ୍ୟୟ ପରିଚାଳନା ଭବନ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର,୦୭/୦୭: ରାଜୀବ ଭବନ ପାଖରେ ନିର୍ମାଣ ହେବ  ନୂଆ ବିପର୍ଯ୍ୟୟ ପରିଚାଳନା ଭବନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିପର୍ଯ୍ୟୟ ପରିଚାଳନା ନେଇ ସବୁ ଆନୁଷଙ୍ଗିକ ବିଭାଗ ଗୋଟିଏ କୋଠାରେ ରହିବ। ଲୋକସେବା ଭବନରେ ସ୍ଥାନ ଅଭାବ ଯୋଗୁ ନିର୍ମାଣ ହେବ ନୂତନ ରାଜସ୍ବ ଭବନ। ୬୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ କରାଯିବ। ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ସ୍ଥାନାନ୍ତର ହେବ। ୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ବିପର୍ଯ୍ୟୟ ପରିଚାଳନା ଭବନ। ଦେଢ଼ ବର୍ଷ ଭିତରେ ସରିବ କାମ। ଆସନ୍ତା ଅଗଷ୍ଟ ମାସରେ ହେବ ଭିତ୍ତି ପ୍ରସ୍ତର ସ୍ଥାପନ। ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ ୯୦ କୋଟି ବ୍ୟୟରେ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ କରାଯିବ। ଭୁବେନେଶ୍ୱର ଓ ପୁରୀରେ ଅତ୍ୟାଧୁନିକ ସର୍କିଟ ହାଉସ ନିର୍ମାଣ ହେବ। ପୁରୀରେ ଥିବା ସ୍ପେଶାଲ ସର୍କିଟ ହାଉସ ଭିତରେ ନିର୍ମାଣ ହେବ ନୂଆ ସର୍କିଟ ହାଉସ। ଭୁବେନେଶ୍ୱର ପାଇଁ ଜାଗା ନିରୀକ୍ଷଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *