ଓଡ଼ିଶାକୁ ମିଳିବ ବଡ଼ ବିଦେଶୀ ପୁଞ୍ଜିନିବେଶ, ଜାପାନର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାଗୁଡ଼ିକ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ଵାକ୍ଷର

ନୂଆଦିଲ୍ଲୀ,୦୩/୦୭: ଜାପାନର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାଗୁଡ଼ିକ ସହ ରାଜ୍ୟ ସରକାରଙ୍କ ଏକ ଐତିହାସିକ ଚୁକ୍ତି ସମ୍ପନ୍ନ ହୋଇଛି। ଗ୍ରୀନ୍ ଏନର୍ଜୀ କ୍ଷେତ୍ରରେ ACME ଗ୍ରୁପ୍ ଏବଂ ଜାପାନର ଅଗ୍ରଣୀ IHI କର୍ପୋରେସନ୍‌ ସହ ରାଜ୍ୟ ସରକାର ବୁଝାମଣାପତ୍ର (MoC) ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ମାଧ୍ୟମରେ ଓଡ଼ିଶାରେ ପ୍ରାୟ ୬୭ ହଜାର କୋଟି ଟଙ୍କାର ବିଶାଳ ପୁଞ୍ଜିନିବେଶ ହେବାକୁ ଯାଉଛି, ଯାହା ରାଜ୍ୟର ଶିଳ୍ପ ଏବଂ ସବୁଜ ଶକ୍ତି କ୍ଷେତ୍ରକୁ ନୂଆ ଦିଗ ଦେବ।ଏହି ପୁଞ୍ଜିନିବେଶ ମାଧ୍ୟମରେ ପାରାଦୀପ ଓ ଗୋପାଳପୁରରେ ମୋଟ ୩ଟି ବୃହତ୍ ଗ୍ରୀନ୍ ଏନର୍ଜୀ ପ୍ରକଳ୍ପ ସ୍ଥାପନ କରାଯିବ। ବିଶେଷ କରି ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ ଏବଂ ପରିବେଶ ଅନୁକୂଳ ଶକ୍ତି ଉତ୍ପାଦନ ଉପରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱ ଦେବ।

ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୮ ହଜାରରୁ ଅଧିକ ଯୁବକ ଓ ଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ଚୁକ୍ତି ସ୍ୱାକ୍ଷର ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଗ୍ଲୋବାଲ୍ ଗ୍ରୀନ୍ ହବ୍ ଭାବେ ଗଢ଼ି ତୋଳିବା ହିଁ ସରକାରଙ୍କ ଲକ୍ଷ୍ୟ। ସ୍ୱଚ୍ଛ ଶକ୍ତି, ପରିବେଶ ସୁରକ୍ଷା ଏବଂ ଶିଳ୍ପ ବିକାଶକୁ ସାଙ୍ଗରେ ନେଇ ରାଜ୍ୟ ଆଗକୁ ବଢ଼ିବ।

Leave a Reply

Your email address will not be published. Required fields are marked *