ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଜାରି

ଭୁବନେଶ୍ୱର,୦୩/୦୭: ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଜାରି ରହିଛି । ଲଘୁଚାପ ଜନିତ ପ୍ରବଳ ବର୍ଷା,ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ତିନୋଟି ରେଞ୍ଜ୍‌ରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ବନ୍ୟା ଲାଗି ୩୨୪ ବୋଟ ରଖାଯାଇଛି । ଏହାସହିତ ୩,୧୪୩ ଲାଇଭ ଜ୍ୟାକେଟ ଏବଂ ୨,୭୧୨ ଉଦ୍ଧାରକାରୀ ଜଳ ଘେରିରୁ ଉଦ୍ଧାର ଲାଗି ମୁତୟନ ରହିଛନ୍ତି । ତଳି ଅଞ୍ଚଳ, ଜଳ ନିଷ୍କାସନ ଲାଗି ୩୫୨ ପମ୍ପ ରହିଛି। ପ୍ରବଳ ବର୍ଷା ଯୋଗୁଁ ଘର ଭୁସୁଡ଼ିବା ଏବଂ ଗଛ ଉପୁଡ଼ିବ ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ଟିମ୍ ବିଭିନ୍ନ ଯନ୍ତ୍ରାଂଶ ସହିତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିଛି । ଲଘୁଚାପ ଜନିତ ବର୍ଷାକୁ ଆଖିରେ ରଖି ଅଗ୍ନିଶମ ଡିଜି ଏବଂ ଆଇଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଶହ ପ୍ରସ୍ତୁତି ଜୋରଦାର କରାଯାଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *