ନୂଆଦିଲ୍ଲୀ,୨୯/୦୬:ଉତ୍ତରପ୍ରଦେଶୋର ନୋଏଡାର ହାଇ-ରାଇଜ୍ ଭବନରେ ଅଗ୍ନିକାଣ୍ଡ । ନୋଏଡାର ଆରଣ୍ୟ ସୋସାଇଟି ସେକ୍ଟର-୧୧୯ର ଏକ ଆବାସିକ ଟାୱାରର ୨୧ ମହଲାରେ ସୋମବାର ଅଗ୍ନିକାଣ୍ଡ ଲାଗିଛି । ଏସି ବିସ୍ଫୋରଣ ହେତୁ ଅଗ୍ନି ଲାଗିଥିବାର ସନ୍ଦେହ କରାଯାଉଛି । ୬ ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛି । ପ୍ରାଥମିକ ସୂଚନା ମୁତାବକ, ନିଆଁ ଲାଗିଥିବା ଘରେ କେହି ଫସି ନାହାନ୍ତି କିନ୍ତୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଆଁ ଏସି ବିସ୍ଫୋରଣ ଯୋଗୁ ଲାଗିଛି ନା ଅନ୍ୟ କିଛି କାରଣ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।