ଏକ ତାରଫା ପ୍ରେମର କରୁଣପରିଣତି, ମନା କରିବାରୁ ପ୍ରେମିକା ଦେହରେ ନିଆଁ ଲଗାଇଦେଲା ପ୍ରେମିକ

ନୂଆଦିଲ୍ଲୀ,୨୭/୦୬: ଏକ ତାରଫା ପ୍ରେମର କରୁଣପରିଣତି। ଏମି ଏକ ଜଘନ୍ୟ କାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ । ଜଲ୍ଲାଦ ଯୁବକର ନାରକୀୟ କାଣ୍ଡକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଜଣେ ୨୬ ବର୍ଷୀୟ ଯୁବତୀ ଗତକାଲି ରାତିରେ ଘରେ ଶୋଇଥିଲେ। ପ୍ରବଳ ଗରମ ଯୋଗୁଁ ଘରର ଝରକା ଖୋଲା ଥିଲା। ଝରକା ଖୋଲା ଥିବାର ସୁଯୋଗ ନେଇ ଅଧରାତିରେ ଯୁବକ ଜଣକ ପହଞ୍ଚି ଥିଲା। ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିବା ଯୁବତୀଙ୍କ ଉପରେ  ପ୍ରେମିକ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଥିଲା। ବିଶ୍ରାର ସନ୍ତୋଷପୁର ଅଞ୍ଚଳରେ ଘଟିଥିବା ଏହି ଅମାନବୀୟ ଘଟଣା । ଏହା ଯୋଗୁଁ ଯୁବତୀଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଛି।

ପେଟ୍ରୋଲ ନିଆଁରେ ଜଳି ଯାଇଥିବା ଯୁବତୀଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭୀମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ପରିତାପର ବିଷୟରେ ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଯୁବତୀଙ୍କୁ ସେଠାରେ ଚିକିତ୍ସା ପାଇଁ ଶଯ୍ୟା ମିଳି ନଥିଲା। ଶେଷରେ ପରିବାର ଲୋକେ ହତାଶ ହୋଇ ଯୁବତୀଙ୍କୁ ପୁଣି ଥରେ ରାଉରକେଲା ଫେରାରଇ ଆଣିଛନ୍ତି। ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଯୁବତୀଙ୍କୁ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *