ଭୁବନେଶ୍ୱର,୨୫/୦୬: ଶେଷରେ ସବୁ ଚର୍ଚ୍ଚାରେ ଫୁଲଷ୍ଟ୍ରପ ପଡିଛି । ଆଜି ବିଜେଡି ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଶାସିକା ସୁଜାତା କାର୍ତ୍ତିକେୟନ ବିଜେଡିରେ ସାମିଲ ହୋଇଛନ୍ତି । ବାସ୍ତବରେ ବହୁତ ଦିନ ଧରି ସୁଜାତା ବିଜେଡିରେ ମିଶିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା | ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ପରେ ବଡ଼ ବୟାନ ରଖିଲେ ନବୀନ ପଟ୍ଟନାୟକ। କହିଲେ, ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଲେ। ଆସନ୍ତା ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି । ଉଲ୍ଲେଖ ଥାଉ କି, ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି ନବୀନ ବିଜେଡିର ସଦସ୍ୟତା ପ୍ରଦାନ କରିଥିଲେ । ଏହି ସମୟରେ ଶଙ୍ଖ ଭବନରେ ବିଜେଡିର ବିଧାୟକମାନଙ୍କ ସହ ରାଜ୍ୟସଭା ସାଂସଦ, ପୂର୍ବତନ ବିଧାୟକ ଓ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।